Report Card Odisha

| Daily Odia News

ନଦୀକୁ ଖସିଲା ବସ୍,୨୩ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଛି। ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ଜଣାପଡିଛି। ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବସ୍‌ଟି ୪୦ ରୁ ୫୦ ଯାତ୍ରୀଙ୍କୁ ନେଇ ରାଜବୀରରୁ ଢାକା ଅଭିମୁଖେ ଯାଉଥିଲା । ସନ୍ଧ୍ୟା ୫ଟା ସମୟରେ ଦୌଲତଦିଆ ଫେରି ଟର୍ମିନାଲ ନମ୍ବର ୩ ସମ୍ମୁଖରେ ଏକ ଫେରିରେ ଚଢିବା ସମୟରେ ନିୟନ୍ତ୍ରଣ ହରାଇ ପାଣିରେ ପଡିଯାଇଥିଲା । ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି । ଏବେ ସୁଦ୍ଧା ଆହୁରି କିଛି ଲୋକ ମଧ୍ୟ ନିଖୋଜ ରହିଛନ୍ତି । ଅଧିକ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଏବଂ ରିଲିଫ୍ ଦଳ ଘଟଣାସ୍ଥଳରେ ସକ୍ରିୟ ଅଛନ୍ତି। ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Breaking News