Report Card Odisha

| Daily Odia News

ସିଏମ୍‌-ପିଏମ୍ ଆଲୋଚନା…..

ରିପୋର୍ଟ କାର୍ଡ଼ / ନୂଆଦିଲ୍ଲୀ

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ଭାରତ ଉପରେ ପଡୁଥିବା ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିବେ। ଆଜି ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କଥାବାର୍ତ୍ତା ହେବ। ଯୁଦ୍ଧ ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍‌ ଅଭାବ ସହିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ତୈଳ ଯୋଗାଣ ସମସ୍ୟା ସହିତ ଶକ୍ତି ସୁରକ୍ଷାକୁ କିପରି ନିଶ୍ଚିତ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହେବେ। ବୈଠକରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ସମସ୍ୟାକୁ ଏକଜୁଟ୍‌ ହୋଇ ଅର୍ଥାତ୍‌ ‘ଟିମ୍‌ ଇଣ୍ଡିଆ’ ମନୋଭାବ ନେଇ ମୁକାବିଲା କରାଯାଇପାରିବ ତା’ ଉପରେ ଗୁରୁତ୍ବାରୋପ କରିବେ।
କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷାକରାଯାଇ ଯେପରି ପରିସ୍ଥିତିକୁ ମୁକାବିଲା କରାଯାଇଥିଲା ଠିକ୍ ସେହିପରି ବର୍ତ୍ତମାନର ସମସ୍ୟାକୁ ସମ୍ମିଳିତ ଭାବେ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ। ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ ନାହିଁ। ଏହିସବୁ ରାଜ୍ୟର ମୁଖ୍ୟ ସଚିବମାନେ କ୍ୟାବିନେଟ୍‌ ସଚିବଙ୍କ ସହିତ ବୈଠକରେ ଯୋଗ ଦେବେ।

Breaking News