Report Card Odisha

| Daily Odia News

ଓଏଏସ୍‌ ସ୍ତରରେ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ଜଣ ଓଏଏସ୍‌ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ଏବଂ ଜଣଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ସମ୍ବଲପୁର କୁଚିଣ୍ଡା ଆଇଟିଡିଏ ପିଏଙ୍କୁ ବରଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଭୁବନେଶ୍ୱର ମହାନଗର ନିଗମର ଉପାୟୁକ୍ତ ଅଶୋକ କୁମାର ଦାସଙ୍କୁ ବଣାଇ ଉପଜିଲ୍ଲାପାଳ, ଦୟାସିନ୍ଧୁ ପରିଡ଼ାଙ୍କୁ ମୟୂରଭଞ୍ଜ କରଞ୍ଜିଆ ଉପଜିଲ୍ଲାପାଳ, ଯଦୁମଣି ନାଏକଙ୍କୁ ଜୟପୁର ଉପଜିଲ୍ଲାପାଳ , ଆଶିଷ ରଞ୍ଜନ ସାହୁଙ୍କୁ ତାଳଚେର ଉପଜିଲ୍ଲାପାଳ, ଅଜୟ ପ୍ରକାଶ ତିର୍କୀଙ୍କୁ ରାଇରଙ୍ଗପୁର ବାମନଘାଟି ଉପଜିଲ୍ଲାପାଳ, ମନସ୍ବିନୀ ଦାସଙ୍କୁ କଟକ ବାଙ୍କୀ ଉପଜିଲ୍ଲାପାଳ, ଖୋର୍ଦ୍ଧାର ପୂର୍ବତନ ବିଡିଓ କ୍ଷୀରବ୍ଧିତନୟା ସାହୁଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ ଏବଂ ରାୟଗଡ଼ା ଉପଜିଲ୍ଲାପାଳ ଥିବା ରମେଶ କୁମାର ଜେନାଙ୍କୁ ବିଧାନସଭା ସଚିବାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି |

Breaking News