Report Card Odisha

| Daily Odia News

ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନର ଗୁରୁତ୍ୱପୂର୍ଣ୍ଣ ତୈଳ କେନ୍ଦ୍ର ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ। ଏକ ବଡ ରେଲଓ୍ବେ ବ୍ରିଜ୍ କୁ ଉଡାଇ ଦେଲା ଇସ୍ରାଇଲ। ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏକ ବଡ଼ ବୃଦ୍ଧିକୁ ସୂଚିତ କରୁଛି। ପର୍ସିଆନ୍ ଉପସାଗରରେ ଅବସ୍ଥିତ, ଖାର୍ଗ ଦ୍ୱୀପ ଇରାନର ପ୍ରାୟ ୯୦% ତୈଳ ରପ୍ତାନି ପରିଚାଳନା କରିଥାଏ। ଏହି ଦ୍ଵୀପଟି ଭୌଗୋଳିକ ଏବଂ ଭିତ୍ତିଭୂମି ଦୃଷ୍ଟିରୁ ଇରାନକୁ ଲାଭଦାୟକ ଦେଇଥାଏ। ଏହି ଆକ୍ରମଣ ପରେ ଇରାନର ବାଣିଜ୍ୟ ଉପରେ ବଡ ଝଟକା ଲାଗିପାରେ। ତାହା ସହ ବିଶ୍ଵରେ ବିଶ୍ୱ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ ଆଣିପାରେ। ଏହି ଦ୍ୱୀପଟି କୁଏତ ଏବଂ ସାଉଦି ଆରବରେ ଥିବା ଆମେରିକୀୟ ସାମରିକ ଘାଟି ପାଖରେ ଅବସ୍ଥିତ। ଆମେରିକା ଯୁଦ୍ଧ ବନ୍ଦ ନେଇ ଡେଡଲାଇନ ସରିବା ପୂର୍ବରୁ ଇରାନ ଉପରେ ଆମେରିକାର ଆକ୍ରମଣ। ଟ୍ରମ୍ପ ହର୍ମୁଜ ପ୍ରଣାଳୀ ମୁକ୍ତ କରିବାକୁ ଇରାନକୁ ଡେଡଲାଇନ ଦେଇଥିଲେ। ସମସ୍ତ ପାଓ୍ବାର ପ୍ଲାଣ୍ଟ ଧ୍ବଂସ କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଇରାନର ସମସ୍ତ ଯୋଗାଯୋଗ ବ୍ୟବସ୍ଥାକୁ ଧ୍ବଂସ ପାଇଁ ବି ଚେତାବନୀ।

Breaking News