ରିପୋର୍ଟ କାର୍ଡ / ଭୁବନେଶ୍ଵର
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସୁଗମ କରିବା ପାଇଁ ବିଭିନ୍ନ ରାସ୍ତା ଆପଣା ଯାଉଛି । ଏନେଇ ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ ଶ୍ରୀମନ୍ଦିରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗା ଦର୍ଶନ ପାଇଁ ଆଗୁଆ ବୁକିଂ ହେବ । ଉଭୟ ଲାଇନ ଏବଂ ସ୍ଲଟ ବୁକିଂ ଦର୍ଶନ ଜାରି ରହିବା ପାଇଁ ଆମେ ଯୋଜନା କରୁଛୁ। ସ୍ଲଟ ବୁକିଂ କରି ଶ୍ରଦ୍ଧାଳୁ ମାନେ କିଭଳି ନିର୍ଦ୍ଦିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି। ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ମ୍ୟାନେଜିଂ କମିଟିରେ ଏନେଇ ଆଲୋଚନା ପରେ ସ୍ଲଟ ବୁକିଙ୍ଗକୁ ନେଇ ନିଷ୍ପତ୍ତି ହେବ।






More Stories
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..
ଅନଲାଇନ୍ ଚାଳକଙ୍କର ଆନ୍ଦୋଳନ…..
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଅପରାଧିକ ମାମଲା……