ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରକାଶ ପାଇଲା ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ପାଇ ପାରିବେ । cbse.gov.in, results.cbse.nic.in, results.digilocker.gov.in ଓ ଉମଙ୍ଗରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଓଡ଼ିଶାରୁ ଅଛନ୍ତି ୧ଲକ୍ଷ ପରୀକ୍ଷାର୍ଥୀ । ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାଗୁଡ଼ିକ ସମସ୍ତ ଦିନ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହୋଇଥିଲା ,ସକାଳ ୧୦ଟା ୩୦ ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ,ଛାତ୍ରଛାତ୍ରୀମାନଙ୍କୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସମେତ ପ୍ରତ୍ୟେକ ବିଷୟରେ ଅତି କମରେ ୩୩% ଏବଂ ସାମଗ୍ରିକ ଭାବରେ ୩୩% ନମ୍ବର ରଖିବାକୁ ପଡିବ। ଏହି ନିୟମଗୁଡ଼ିକ ବୋର୍ଡର ସାଧାରଣ ଏବଂ ବର୍ତ୍ତମାନର ନିୟମ ଅଟେ ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..