Report Card Odisha

| Daily Odia News

ସବୁ ସାଂସଦଙ୍କୁ ଚିଠିଲେଖିଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟର ସବୁ ସାଂସଦ ମାନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ନବୀନ ଚିଠି ଲେଖିଛନ୍ତି। ଚିଠିରେ ରାଜନୈତିକ ପ୍ରତିନିଧିତ୍ବ ଓ ଅର୍ଥନୈତିକ ସ୍ବାର୍ଥ କଥା ମଧ୍ୟ ଉଠାଇଛନ୍ତି। ଏବଂ କହିଛନ୍ତି ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ବ, ଗୌରବ ଅକ୍ଷୁଣ୍ଣ ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ବ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯ରୁ ୩.୪%କୁ ହ୍ରାସ ଘଟିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି ଏହା କରିବାକୁ ଦିଅନ୍ତୁନି । ଆହୁରି ମଧ୍ୟ ନବୀନ କହିଛନ୍ତି ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ବାର୍ଥକୁ ସୁରକ୍ଷା ଦିଅନ୍ତୁ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ବେ ଓଡ଼ିଶାକୁ ଦଣ୍ଡିତ କରାନଯାଉ। କେନ୍ଦ୍ରୀୟ ରାଜସ୍ବକୁ ବଡ଼ ଅବଦାନ ସତ୍ତ୍ବେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି । ଯଦି ଓଡ଼ିଶାର ପ୍ରତିନିଧିତ୍ବ କମୁନି, ତାହେଲେ ସଂଶୋଧନକୁ ସମର୍ଥନ କରିବା ଉଚିତ। କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ବର ଉଠାନ୍ତୁ ।

Breaking News