ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାରେ ୩ ଗୁରୁତ୍ଵପୂର୍ଣ୍ଣ ବିଲ୍ ଆଗତ ହେବାପରେ ମହିଳା ସଂରକ୍ଷଣ ଓ ଡିଲିମିଟେସନ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଦେଶର ୫୦ ପ୍ରତିଶତ ଲୋକ ଆଇନ ତିଆରିରେ ସାମିଲ ହୁଅନ୍ତୁ। ଯେଉଁ ଦଳ ମହିଳା ସଂରକ୍ଷଣକୁ ବିରୋଧ କରିଛି ତାର ଫଳ ଭୋଗିଛି। ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ। ୨୫-୩୦ ବର୍ଷ ତଳର ସ୍ଥିତି ଆଜି ଆଉ ନାହିଁ। ଏବେ ମହିଳାମାନେ ଅଧିକାର ନେଇ ଦୃଢ ହକ୍ଦାର। ଆଜି ଯେଉଁମାନେ ବିରୋଧ କରିବେ ଲମ୍ବା ସମୟ ପାଇଁ ଭୋଗିବେ। ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହା ୨୦-୨୫ ବର୍ଷ ପୂର୍ବେ ହେବା ଉଚିତ ଥିଲା। ଏବଂ ସମୟ ସମୟରେ ଉନ୍ନତି କରାଯାଇଥାନ୍ତା। ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ଦେଶର ଭଉଣୀମାନଙ୍କ ଉପରେ ବିଶ୍ୱାସ କରିବାକୁ ଏବଂ ସେମାନଙ୍କୁ ଆଗକୁ ଆସିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ମହିଳାମାନେ କେବେ ପଛରେ ରହିନାହାଁନ୍ତି, ଏବଂ ଆମର ମା, ଭଉଣୀ ଏବଂ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଛନ୍ତି। ମୁଁ ପଛୁଆ ବର୍ଗରୁ ଆସିଛି, ମାତ୍ର ମୁଁ ବର୍ଗକୁ ସମ୍ମାନ କରିଆସିଛି। ଜୀବନର ସବୁ କ୍ଷେତ୍ରରେ ମହିଳାମାନେ ଦକ୍ଷତା ଦେଖାଇଲେଣି। ପଞ୍ଚାୟତରେ ମହିଳା ମାନଙ୍କୁ ସଂରକ୍ଷଣ ଦେଉଛ, କିନ୍ତୁ ସଂସଦରେ କାହିଁକି ନୁହେଁ। ଡିଲିମିଟେସନ୍ କୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ। ଦେଶର କୌଣସି ପ୍ରାନ୍ତ ସହ ଭେଦଭାବ କରାଯିବ ନାହିଁ। ଯଦି ଏନେଇ ଗ୍ୟାରେଣ୍ଟି ଚାହୁଁଛ , ତେବେ ଦେବାକୁ ମୁଁ ପ୍ରସ୍ତୁତ ଅଛି।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..