ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ପାଇଁ ଇତିମଧ୍ୟରେ ପାକିସ୍ତାନ ମଧ୍ୟସ୍ଥତାରେ ଯେଉଁ ଆଲୋଚନା ଅନୁଷ୍ଠିତ ହୋଇଯାଇଛି, ତାହା ବିଫଳ ହୋଇଛି। ଅସ୍ତ୍ରବିରତି ପ୍ରସଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ କରିବାକୁ ପାକିସ୍ତାନ ପୁଣି ଥରେ ଉଦ୍ୟମ ଆରମ୍ଭ କରିଛି। ପାକିସ୍ତାନ ସେନାଧ୍ୟକ୍ଷ ଫିଲ୍ଡ ମାର୍ଶାଲ ଅସିମ ମୁନିର ଇତିମଧ୍ୟରେ ଇରାନ ରାଜଧାନୀ ତେହେରାନରେ ପହଞ୍ଚି ସାରିଛନ୍ତି। ତେବେ ଏହି ସମ୍ଭାବ୍ୟ ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଟି ସର୍ତ୍ତ ରଖିଥିବା ଜଣାପଡିଛି। ପ୍ରଥମ ସର୍ତ୍ତ ହେଲା, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ କୌଣସି ବିଦେଶୀ ଟ୍ୟାଙ୍କରକୁ ଯାତ୍ରା ଅନୁମତି ନ ଦିଏ, ତେବେ ଇରାନର ଟ୍ୟାଙ୍କରଗୁଡିକ ମଧ୍ୟ ଏହି ପ୍ରଣାଳୀ ଅତିକ୍ରମ କରିବ ନାହିଁ।
ଦ୍ବିତୀୟରେ ଅସ୍ତ୍ରବିରତି ଆଲୋଚନାରେ ଅଂଶଗ୍ରହଣ କରୁଥିବା ଇରାନ ପ୍ରତିନିଧିମଣ୍ଡଳକୁ ଇରାନର ଆଇଆରଜିସି (ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ) ସମ୍ପୂର୍ଣ୍ଣ ସ୍ବୀକୃତି ଦେବା ଜରୁରୀ। ଯଦି ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରେ ତେବେ ଇରାନ ଏହାକୁ ସମର୍ଥନ ଜଣାଇବ ବୋଲି ଆଇଆରଜିସି ଗ୍ୟାରେଣ୍ଟି ଦେବା ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି।






More Stories
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ବର୍ଜନ କରିବେ ବିରୋଧୀ…..
ଧକ୍କା ହେଲା ଦୁଇ ବିମାନ…..