ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ବିରୋଧୀ ଦଳଗୁଡିକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସଭାରେ ଉପବାଚସ୍ପତି ନିଯୁକ୍ତି କରାଯାଇ ନଥିବା କାରଣକୁ ନେଇ ବିରୋଧୀ ଦଳଗୁଡିକ ଏପରି ନିଷ୍ପତ୍ତି ନେଇଥିବା କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର କହିଛନ୍ତି। ଶ୍ରୀ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ରହିଥିବାବେଳେ ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୯ରେ ଶେଷ ହୋଇଛି। ହରିବଂଶକୁ ପୁନର୍ବାର ରାଜ୍ୟସଭାକୁ ମନୋନୟନ କରାଯାଇଛି। ଏହାସହିତ ହରିବଂଶଙ୍କୁ ତୃତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ କରିବାକୁ ସରକାର ଯୋଜନା କରିଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାରେ ବିରୋଧୀ ଦଳଗୁଡିକ ଭାଗ ନେବେ ନାହିଁ ବୋଲି ଶ୍ରୀ ରମେଶ କହିଛନ୍ତି। ଲୋକସଭାରେ ଉପବାଚସ୍ପତି ପଦ ୭ବର୍ଷ ହେଲା ଖାଲି ପଡିଛି।






More Stories
ଯୁଦ୍ଧ ବନ୍ଦ ପାଇଁ ଆମେରିକାର ଦୁଇଟି ସର୍ତ୍ତ…..
ଧକ୍କା ହେଲା ଦୁଇ ବିମାନ…..
୨୫-୩୦ ବର୍ଷ ପୂର୍ବରୁ ମହିଳାଙ୍କୁ ସଂରକ୍ଷଣ ମିଳିଯିବାର ଥିଲା…..