Report Card Odisha

| Daily Odia News

ପରମବୀରଙ୍କ ପିଟିଶନକୁ ଖାରଜ କଲେ ସୁପ୍ରିମକୋର୍ଟ, ପ୍ରଥମେ ହାଇକୋର୍ଟ ଯାଅ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅନିଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ କରିବା ପରେ ପରମବୀରଙ୍କୁ ବଦଳି କରାଯାଇଥିଲା | ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରି ପୂରା ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଆଜି ସୁପ୍ରିମକୋର୍ଟ ପିଟିଶନର ଶୁଣାଣି କରି ତାହାକୁ ଖାରଜ କରିଦେଇଛନ୍ତି। ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବଇ ପୋଲିସର ବରିଷ୍ଠ ଅଧିକାରୀ ସଚିନ ୱାଜେଙ୍କୁ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ମୁଖ୍ୟମନ୍ତ୍ରୀଙ୍କୁ ଚିଠି​‌ ଲେଖି ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ହୋମଗାର୍ଡ ବିଭାଗକୁ ବଦଳି କରିଦିଆଯାଇଥିଲା। ଏହାକୁ ନେଇ ସେ ଗତ ୨୨ ତାରିଖରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରି ସମସ୍ତ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବାକୁ ଅନୁରୋଧ କରିଥିଲେ। ତେବେ ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି, ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ପ୍ରଥମେ ଏ ନେଇ ହାଇକୋର୍ଟରେ ପିଟିଶନ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି |।

Breaking News