Report Card Odisha

| Daily Odia News

ବଙ୍ଗରେ ଏବେ ନୂଆ ନାରା ଶୁଭୁଛି ‘ମେ ଦୁଇ..ଦିଦିଙ୍କ ବିଦାୟୀ:ପ୍ରଧାନମନ୍ତ୍ରୀ ମୋଦି…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ କମ୍ପୁଛି ନିର୍ବାଚନୀ ପ୍ରଚାର । ମମତାଙ୍କ ଗଡରେ ନିର୍ବାଚନ ଡଙ୍ଗା ପାରିହେବା ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି କି ପଶ୍ଚିମବଙ୍ଗରେ ଏବେ ବିଜେପି ସରକାର ଦରକାର। ପଶ୍ଚିମବଙ୍ଗରେ ଟିଏମସିର ଖେଳ ଖତମ୍‌ । ଏବେ ବିକାଶର ଆରମ୍ଭ ହେବ। ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯିବ ଟଙ୍କା । ବଙ୍ଗରେ ଏବେ ନୂଆ ନାରା ଶୁଭୁଛି ‘ମେ ଦୁଇ..ଦିଦିଙ୍କ ବିଦାୟୀ । ଏମିତି ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟିଏମସି ସରକାର ଉପରେ ବର୍ଷିଛନ୍ତି। କାନ୍ଥିରେ ହାଇଟେକ୍ ପ୍ରଚାର ସମୟରେ ସଭାରେ ବଙ୍ଗବାସୀଙ୍କୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ନିର୍ବାଚନୀ ସଭାରେ ସେ ମମତାଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଦିଦି କେନ୍ଦ୍ରର ସବୁ ଅନୁଦାନ କୁଆଡେ ଗଲା ? ଅମ୍ପାନ କ୍ଷତିପୂରଣ ବାବଦକୁ ମିଳିଥିବା ଟଙ୍କା କିଏ ନେଲା ? ବଙ୍ଗବାସୀ ଏଥିରୁ ସ୍ପଷ୍ଟ ବୁଝିପାରଥିବେ ପ୍ରକୃତରେ ଖେଲ୍ ହେଉଛି । ଶାନ୍ତିର ବାର୍ତ୍ତା ଦେଉଥିବା ମମତା ଦିଦିଙ୍କ ରାଜ୍ୟ ଏବେ ଅଶାନ୍ତ ହେବାରେ ଲାଗିଛି । ଏମିତିକି ଲୋକଙ୍କ ଘର ଉଜୁଡିବାରେ ବି ଲାଗିଛି । ହେଲେ ଦିଦି ସାହାଯ୍ୟ ତ ଦୂରର କଥା ସାମ୍ନାକୁ ବି ଆସୁନାହାଁନ୍ତି । ବହୁତ ହୋଇଗଲା ଏପରି ସ୍ଥିତିକୁ ପରିବର୍ତ୍ତନ କରିବେ ବିଜେପି, ବଙ୍ଗକୁ ଶାନ୍ତି ଓ ସ୍ଥିରତା ଦରକାର । ଯେଉଁ ରାଜ୍ୟ ପୂରା ଦେଶକୁ ବନ୍ଦେ ମାତରମ ସହ ଯୋଡି ରଖିଥିଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପର ନଜରରେ ଦେଖୁଛନ୍ତି । ଏଥର ଲୋକେ ବିଜେପିକୁ ଭୋଟ୍ ଦେବେ । ନିଶ୍ଚୟ ଲୋକ ଡବଲ ଇଞ୍ଜିନକୁ ସମର୍ଥନ କରିବେ । ଏଠାରେ ବିଜେପି ସରକାର ଗଢିଲେ ଚାଷୀ ଭାଇଙ୍କୁ ସମ୍ମାନ ନିଧିର ବକେୟା ରାଶି ସବୁ ଦିଆଯିବ ବୋଲି ମୋଦି କହିଛନ୍ତି । ମେ ୨ ପରେ ବଙ୍ଗର ବିକାଶରେ ଛିଡା ହେଉଥିବା ପାଚେରୀ ଭାଙ୍ଗିଯିବ । ଲୋକଙ୍କ ଆଗରେ ସବୁ କିଛି ସ୍ପଷ୍ଟ ହୋଇଯିବ

Breaking News