Report Card Odisha

| Daily Odia News

ଘାଟିକୁ ଖସିଲା ବସ୍ , ୧୨ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଗଭୀର ଘାଟିକୁ ଖସିପଡିଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁଯାୟୀ ଦୁର୍ଘଟଣାଟି ସକାଳ ପ୍ରାୟ ୧୦ଟାରେ ଘଟିଥିଲା। ବସ୍ ଟି ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିଲା। ଉଧମପୁର ରାମବନ-ବାନିହାଲ ରାସ୍ତାରେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Breaking News