ରିପୋର୍ଟ କାର୍ଡ / କଟକ
ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ ଉକ୍ତ ଦିନଠାରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ। ଏହି ଅବସରରେ ଆଜି କଟକର ସିଆରଆରଆଇଠାରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି କନକବର୍ଦ୍ଧନ ସିଂହଦେଓ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁ ତରାଇ ମଧ୍ୟ ଉପସ୍ଥିତ। ସେପଟେ ଆଜି ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିବେ। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପାଖାପାଖି ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ମଧ୍ୟ ଦେବେ। ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇବେ। ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ଏହି କାର୍ଯ୍ୟକ୍ରମରେ ଅନ୍ୟ ନେତା ମଧ୍ୟରେ ଉପସ୍ଥିତ ରହିବେ।






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ପତିତପାବନ ଓ ଆନନ୍ଦବଜାରକୁ ଟ୍ରେଡମାର୍କ ସ୍ୱୀକୃତି…..
ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…..