ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ହାଭେରୀ ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଯାହା ଫଳରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାଟି ମହାତ୍ମା ଗାନ୍ଧୀ ରୋଡରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ହାଭେରୀ ପୋଲିସ ଅଧୀକ୍ଷକ ଏବଂ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଛନ୍ତି। ଏବଂ ୨ ଫୁଟ ଉଚ୍ଚତା ବିଶିଷ୍ଟ କ୍ଷତିଗ୍ରସ୍ତ ପ୍ରତିମାକୁ ଜବତ କରି ଅଧିକ ତଦନ୍ତ ପାଇଁ ଥାନାକୁ ନେଇଛି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ତଦନ୍ତ ପାଇଁ ସହରର ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଘଟଣା ଘଟିଥିବା ସ୍ଥାନରେ କ୍ୟାମେରା ବନ୍ଦ ଥିବା ଜଣାପଡିଛି।






More Stories
କାଲି ହୋଇଥାନ୍ତା ଉଦ୍ଘାଟନ, ଆଜି ଜଳିଗଲା…..
ଘାଟିକୁ ଖସିଲା ବସ୍ , ୧୨ ମୃତ…..
ଇରାନ୍ ଜାହାଜ ଜବତ କଲା ଆମେରିକା…..