ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ନଷ୍ଟ ହେବନି ଡ୍ରେନ ପାଣି । କାମରେ ଲାଗିବ ନର୍ଦ୍ଦମା ଜଳ । ନାଳ, ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଜଳ ସଙ୍କଟକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ନର୍ଦ୍ଦମା ଜଳକୁ କୃଷି, ଅଗ୍ନିଶମ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯିବ । ସହରାଞ୍ଚଳର ପୁଷ୍କରିଣୀ ପୁନଃରୁଦ୍ଧାର ହୋଇ ସୌନ୍ଦର୍ଯ୍ୟକରଣ କରାଯିବ ଡ୍ରେନରେ ବୋହିଯାଉଥିବା ଦୂଷିତ ପାଣିକୁ କିଭଳି ବିଶୋଧନ କରାଯାଇ ପୁନଃ ବ୍ୟବହାର କରାଯାଇ ପାରିବ ସେନେଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ମହାପାତ୍ର ।






More Stories
ବିଧାନସଭା ଜଗିବେ ପୋଲିସ ଫୋର୍ସ…..
ଖରା ଛୁଟିରେ ଖୋଲା ରହିବ ବିଦ୍ୟାଳୟ କାର୍ଯ୍ୟାଳୟ…..
ବିଜେଡି ମେଣ୍ଟକୁ ନେଇ ଭକ୍ତ କଲେ ବଡ଼ ଘୋଷଣା……