Report Card Odisha

| Daily Odia News

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ; ହଟ୍ଟଗୋଳ ଭିତରେ ପ୍ରସ୍ତାବ ଆଗତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଦେଖାଯାଇଛି। ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ସହ ନାରାବାଜି ଦେଖିବାକୁ ମିଳିଛି। କେନ୍ଦୁଝର ପ୍ରସଙ୍ଗ ଉଠାଇ ସରକାର ଘେରିବାକୁ କଂଗ୍ରେସ ସଦସ୍ୟ ଉଦ୍ୟମ କରିଛନ୍ତି। ହଟ୍ଟଗୋଳ ମଧ୍ୟରେ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ ହୋଇଛି। ସ୍ୱତନ୍ତ୍ର ଅଧିବେଶନ ବେଳେ କଂଗ୍ରେସ ବିଧାୟକ କକ୍ଷ ତ୍ୟାଗ କରିଛନ୍ତି। ସୂଚନାନୁଯାୟୀ, ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ବତନ୍ତ୍ର ଅଧିବେଶନ ବସିଛି। ପୂର୍ବାହ୍ଣ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ଏବଂ ସନ୍ଧ୍ୟା ୭ଟାରେ ସାରିବାକୁ ସମୟ ନିର୍ଦ୍ଧାରଣ ହୋଇଛି।

Breaking News