Report Card Odisha

| Daily Odia News

ଓଏଏସ୍‌ ସ୍ତରରେ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଏଏସ୍‌ ଅଫିସରସ୍ତରରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଓଏଏସ୍‌ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଓଏଏସ୍‌ ଅଫିସର ସବ୍ୟସାଚୀ ପଣ୍ଡା ଝାରସୁଗୁଡ଼ା ଉପଜିଲାପାଳ ଥିଲେ। ତାଙ୍କୁ ରାଇରଙ୍ଗପୁରର ବାମନଘାଟି ଉପଜିଲାପାଳ ଭାବେ ବଦଳି କରାଯାଇଥିଲା। ପୁଣିଥରେ ସରକାର ସବ୍ୟସାଚୀଙ୍କୁ ଝାରସୁଗୁଡ଼ା ଉପ ଜିଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ସେହିପରି ଉଗ୍ରେସନ ଓରାମଙ୍କୁ ରାଇରଙ୍ଗପୁରର ବାମନଘାଟି ଉପ ଜିଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ଅଶୋକ କୁମାର ମାଝୀଙ୍କୁ ବଲାଙ୍ଗୀରର ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ପାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Breaking News