Report Card Odisha

| Daily Odia News

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇ ପୁଞ୍ଜି ନିବେଶକମାନଙ୍କୁ ଭେଟିବେ। ଆଜିଠାରୁ ୭ ତାରିଖ ପର୍ଯ୍ୟନ୍ତ ଏନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ହାଇଦରାବାଦ ଓ କଲକାତାରେ ସଫଳତାର ସହ ନିବେଶକ ସମ୍ମିଳନୀ ଏବଂ ରୋଡ୍‌ ଶୋ ଆୟୋଜନ ପରେ ଗୁଜରାଟରେ ହେବାକୁ ଥିବା ଏହି ସମ୍ମିଳନୀ ବେଶ୍ ଗୁରୁତ୍ୱବହନ କରୁଛି। ତିନିଦିନ ରହଣି ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୪ଟି ସହରରେ ନିବେଶକମାନଙ୍କୁ ଭେଟିବେ। ୫ରେ ଅହମଦାବାଦଠାରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ’ ପରେ ଶିଳ୍ପପତିମାନଙ୍କ ସହ କେମିକାଲ, ପେଟ୍ରୋକେମିକାଲ, ଧାତବ, ଆନୁଷଙ୍ଗିକ ଶିଳ୍ପ, ଔଷଧ, ମେଡିକାଲ ଉପକରଣ ଏବଂ ବୟନ, ପ୍ରସାଧନ ଆଦି କ୍ଷେତ୍ରରେ ଓଡ଼ିଶାରେ ସମ୍ଭାବନା ସମ୍ପର୍କରେ ଆଲୋଚନା କରିବେ। ଏହି ଅବସରରେ କିଛି କମ୍ପାନୀ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ରହିଛି। ସେହିପରି ୬ରେ ମୁନ୍ଦ୍ରା ବନ୍ଦର ଗସ୍ତ କରି ଶ୍ରୀ ମାଝୀ ବନ୍ଦର ଆଧାରିତ ଶିଳ୍ପ ସମ୍ପର୍କରେ ନିବେଶକଙ୍କ ସହ ଆଲୋଚନା କରିବେ। ୭ରେ ଭଦୋଦରାଠାରେ ମଧ୍ୟ ନିବେଶକମାନଙ୍କ ସହ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ।

Breaking News