ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୌରପାଳିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଏବଂ ଟିଏମସି ନେତା ସୁଜିତ ବୋଷଙ୍କୁ ସୋମବାର କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଗିରଫ କରିଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ଅଧୀନରେ, ସୁଜିତ ବୋଷ ଅଗ୍ନିଶମ ସେବା ମନ୍ତ୍ରୀ ଥିଲେ। ବୋଷ ବିଜେପିର ଶରଦୱତ ମୁଖାର୍ଜୀଙ୍କଠାରୁ ୩୭,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ହାରିଯାଇଥିଲେ। ଇଡି ଅକ୍ଟୋବର ୨୦୨୫ରେ ପୂର୍ବତନ ମନ୍ତ୍ରୀଙ୍କ ପରିସରରେ ଚଢାଉ କରିଥିଲା ବୋଷ ସକାଳ ପ୍ରାୟ ୧୦.୩୦ ସମୟରେ ସଲ୍ଟ ଲେକର ସିଜିଓ କମ୍ପ୍ଲେକ୍ସରେ ଥିବା ଇଡି କାର୍ଯ୍ୟାଳୟରେ ତାଙ୍କ ପୁଅ ସମୁଦ୍ର ବୋଷଙ୍କ ସହିତ ପହଞ୍ଚିଥିଲେ।ଦକ୍ଷିଣ ଦମଦମ ପୌରପାଳିକାରେ ନିଯୁକ୍ତି ଅନିୟମିତତାର ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥା ପୂର୍ବରୁ ମଧ୍ୟ ବୋଷଙ୍କୁ ସମନ କରିଥିଲା।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..