ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇନଶୃଙ୍ଖଳା ଓ ଅପରାଧ ରୋକିବାରେ ପ୍ରମୁଖ ଭୂମିକା ନେଇଥାନ୍ତି ଥାନା ପିସିଆର୍ କର୍ମଚାରୀ। ଥାନା କିମ୍ବା କଣ୍ଟ୍ରୋଲ ରୁମ୍କୁ ଖବର ଯିବା ମାତ୍ରେ ସେମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚତ୍ଥାନ୍ତି। ହେଲେ ଅଧିକାଂଶ ସମୟରେ ସେମାନେ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥାନ୍ତି। ଭିଡ଼ ନିୟନ୍ତ୍ରଣ ହେଉ କି ଦୁର୍ଘଟଣା କିମ୍ବା ଅପରାଧ ସ୍ଥଳରେ ଉତ୍ତେଜନା ରୋକିପାରୁ ନାହାନ୍ତି। କେତେକ କ୍ଷେତ୍ରରେ ପିସିଆର୍ କର୍ମଚାରୀଙ୍କ କ୍ରୂର ବ୍ୟବହାର ପାଇଁ ସ୍ଥିତି ଆହୁରି ବିଗିଡ଼ିଯାଉଥିବା ନଜିର ରହିଛି। ଫଳରେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଉନାହାନ୍ତି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନାଞ୍ଚଳରେ ଅସଦାଚରଣ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ଜିଆର୍ପି କନ୍ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ମାରିଦେବା ଘଟଣା ଏହାର ସଦ୍ୟ ଉଦାହରଣ। ଖବର ପାଇ ଠିକ୍ ସମୟରେ ପିସିଆର ଭ୍ୟାନ୍ ପହଞ୍ଚତ୍ଥିଲେ ମଧ୍ୟ ଲୋକଙ୍କ କବଳରୁ ସୌମ୍ୟଙ୍କୁ ସୁରକ୍ଷା ଦେଇପାରି ନ ଥିଲା ପୋଲିସ। ଆକ୍ରମଣକାରୀଙ୍କୁ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଓଡ଼ିଶା ପୋଲିସ ବଦନାମ ମୁଣ୍ଡାଇବା ପରେ ଏବେ ଚିନ୍ତା ପଶିଛି। ଏବେ କମିଶନରେଟ୍ ପୋଲିସରେ କାର୍ଯ୍ୟ କରୁଥିବା ସମସ୍ତ ପିସିଆର ଭ୍ୟାନ୍ କର୍ମଚାରୀଙ୍କୁ ଆଚାୟ ସଂହିତ ପାଠ ପଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଘଟଣାସ୍ଥଳରେ କିଭଳି ଲୋକଙ୍କୁ ବ୍ୟବହାର କରିବେ, ଲୋକେ ଆଇନକୁ ହାତକୁ ନେଇ ହିଂସା ଘଟାଉଥିଲେ ପୋଲିସ କିପରି ରୋକିବ, ଚଢ଼ାଉ, ଉଦ୍ଧାର କିମ୍ବା ଗିରଫ ସମୟରେ ପୋଲିସ ଉପରେ ଆକ୍ରମଣ ହେଲେ କେଉଁ ପନ୍ଥା ଆପଣାଯିବ, ସବୁକିଛି ଶିକ୍ଷା ଦିଆଯିବ। ବିଶେଷକରି ଲୋକଙ୍କ ପ୍ରତି ବ୍ୟବହାର ଏବଂ ଭିଡ଼ ହିଂସାକୁ କିଭଳି ନିୟନ୍ତ୍ରଣ କରାଯିବ ତାହାକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ମାସିକିଆ ଟ୍ରେନିଂ ଦିଆଯିବ ବୋଲି ଜଣାପଡ଼ିଛି।






More Stories
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..
ରାଜଧାନୀରେ ‘ନାଇଟ୍ ଅପରେସନ’…..