Report Card Odisha

| Daily Odia News

୨୦ରେ ଯୁକ୍ତ ଦୁଇ ରେଜଲ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ। ବିଗତ ବର୍ଷଗୁଡ଼ିକରେ ସାଧାରଣତଃ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରଥମେ ଏବଂ ପରେ କଳା ବିଭାଗର ରେଜଲ୍ଟ ପ୍ରକାଶ ପାଉଥିଲା । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ସୁବିଧା ଏବଂ ପରବର୍ତ୍ତୀ ନାମଲେଖା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରେ ସମସ୍ତ ଚାରୋଟିଯାକ ଷ୍ଟ୍ରିମର ପରୀକ୍ଷା ଫଳ ଏକ ସମୟରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ orissaresults.nic.in, chseodisha.nic.in ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷାଫଳ ଦେଖିପାରିବେ। ସେହିପରି ଛାତ୍ରଛାତ୍ରୀମାନେ ନିଜର ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କସିଟ୍ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଫଳ ପ୍ରକାଶକୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Breaking News