Report Card Odisha

| Daily Odia News

ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଡ ଝଟକା ସହ ମହଙ୍ଗା ମାଡ। ଗ୍ରାହକଙ୍କ ପାଇଁ ବଢିଲା ଚିନ୍ତା। ପୁଣି ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ। ତୈଳ କମ୍ପାନୀଗୁଡ଼ିକ ମଧ୍ୟରାତ୍ରିରେ ପେଟ୍ରୋଲ ପମ୍ପଗୁଡ଼ିକୁ ଇମେଲ୍ କରି ଜଣାଇଲେ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି କରାଯାଇଛି, ଏବଂ ନୂତନ ଦର ୨୫ ମଇ ସକାଳ ୬ ଟାରୁ ଲାଗୁ ହେବ। ପେଟ୍ରୋଲର ମୂଲ୍ୟ ୨.୬୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୨.୭୧ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯.୧୬ ଓ ଡିଜେଲ ମୂଲ୍ୟ ୧୦୦.୮୧ ପଇସା। ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବଢିଲା ଦାମ୍।

Breaking News