ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛାଡ଼ପତ୍ର ମାମଲାରେ ରାୟ ପ୍ରଦାନ କରିବାର କ୍ଷମତା ଲୋକ ଅଦାଲତ ଓ ଆଇନ ସେବା ପ୍ରାଧୀକରଣ (ଡିଏଲ୍ଏସ୍ଏ)ର ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଗତ ଏପ୍ରିଲ ୩୦ ତାରିଖରେ ଲୋକ ଅଦାଲତଙ୍କ ପକ୍ଷରୁ ଜାରି ଏକ ବିବାହ ବିଚ୍ଛେଦ ଆଦେଶକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ବିବାହ ବିଚ୍ଛେଦ ସମ୍ପର୍କରେ ରାୟ ପ୍ରଦାନର କ୍ଷମତା କେବଳ ପରିବାର ଅଦାଲତର ରହିଛି। ଲୋକ ଅଦାଲତର କର୍ତ୍ତୃପକ୍ଷ କେବଳ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନର ସୂତ୍ର ବାହାର କରିବା ପାଇଁ କ୍ଷମତାପ୍ରାପ୍ତ। ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ପାରିବେନି ବୋଲି ଜଷ୍ଟିସ ଶେଖର ବି. ଶରାଫ ଓ ଜଷ୍ଟିସ ଏ.କେ. ଚୌଧାରୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ୨୦୧୮ ମସିହାର ଉତ୍ତରପ୍ରଦେଶର ଉନ୍ନାଓସ୍ଥିତ ଜିଲା ଆଇନ ସେବା ପ୍ରାଧୀକରଣଙ୍କ ପ୍ରଦତ୍ତ ଏକ ଆଦେଶକୁ ଜଣେ ମହିଳା ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ।






More Stories
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..