Report Card Odisha

| Daily Odia News

୩ରୁ ପୁରୀରେ ବ୍ରିକ୍ସ ସମ୍ମିଳନୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ଜୁନ୍ ୪ ତାରିଖରେ ଉଦଘାଟନ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବ୍ରିକ୍ସ ରାଷ୍ଟ୍ର ସମୂହ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞ ଯୋଗ ଦେବେ । ଏହାର ସମୂହ ରାଷ୍ଟ୍ର ଗୁଡିକ ହେଉଛନ୍ତି ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ, ଇଥିଓପିଆ, ଇରାନ ଓ ଇଣ୍ଡୋନେସିଆ l

Breaking News