ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରଏସଏସ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ପାରିବାରିକ ମୂଲ୍ୟବୋଧର ଅଭାବ ଥିବାରୁ ସେ ତାହାକୁ ସଂଘ ପରିବାର ବୋଲି ଆଉ ସମ୍ବୋଧନ କରିବେ ନାହିଁ। ଆହୁରି କହିଛନ୍ତି କି ମୁଁ ବିଶ୍ୱାସ କରେ ଆରଏସଏସ ଏବଂ ଆନୁଷଙ୍ଗିକ ସଂଗଠନକୁ ସଂଘ ପରିବାର ବୋଲି କହିବା ଠିକ ନୁହେଁ କାରଣ ପରିବାରରେ ମହିଳା ଅଛନ୍ତି, ବୟସ୍କଙ୍କ ପ୍ରତି ସମ୍ମାନବୋଧ ରହିଛି ଓ ସ୍ନେହ ଏବଂ ଦୟା ଭାବନା ରହିଛି | କିନ୍ତୁ ତାହା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ନାହିଁ। ଉତ୍ତରପ୍ରଦେଶର ଝାନ୍ସୀ ଦେଇ ଟ୍ରେନ୍ ଯାତ୍ରା ସମୟରେ ଦୁଇ ଜଣ ନନଙ୍କୁ ବିଜେପିର କିଛି କର୍ମୀ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ପରେ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାହୁଲ ଗାନ୍ଧୀ କହିଥିଲେ ଯେ କେରଳରୁ ଆସିଥିବା ନନଙ୍କ ଉପରେ ୟୁପିରେ ହୋଇଥିବା ଆକ୍ରମଣ ହେଉଛି ସଂଘ ପରିବାର ଦ୍ୱାରା ଏକ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ବିରୁଦ୍ଧରେ ଠିଆ କରିବା ଏବଂ ଅଳ୍ପସଂଖ୍ୟକ ଲୋକଙ୍କୁ ହଇରାଣ କରିବା ଭଳି କାର୍ଯ୍ୟ ଅଟେ ।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….