Report Card Odisha

| Daily Odia News

ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପରକୀୟା ପ୍ରୀତି ପାଇଁ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ଗାଡକଣ ଶ୍ରୀ ସାଇ ବିହାରରେ କଟୁରୀରେ ହାଣି ହତ୍ୟା। ସ୍ତ୍ରୀ ସହ ପରକୀୟାରେ ସମ୍ପୃକ୍ତ ବ୍ୟକ୍ତିକୁ ହାଣିଦେଲା ସ୍ୱାମୀ। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ଓ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତକୁ ମଧ୍ୟ ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ଅଭିଯୁକ୍ତ ନୀଳକଣ୍ଠ ମହାନ୍ତି (୪୫) ତାଙ୍କ ସ୍ତ୍ରୀ ଏବଂ ମୃତକଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିବା ସନ୍ଦେହରେ ସୁସିଲ କୁମାର ସିଂହ (୫୫)ଙ୍କୁ ହତ୍ୟା କରିଛି। ଉଭୟ ମଞ୍ଚେଶ୍ୱର ଥାନାର ଗାଡକଣର ଓମ୍ ସାଇ ବିହାର ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି।

Breaking News