Report Card Odisha

| Daily Odia News

ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଦୀପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ତିଖିରୀ ଗ୍ରାମପଞ୍ଚାୟତର ସୋସିଆଲ ଅଡିଟ୍‌ କରିବା ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର କେବଳ ତିଖିରୀ ପଞ୍ଚାୟତ ନା ମହାକାଳପଡ଼ା ବ୍ଲକ୍‌ର ସବୁ ପଞ୍ଚାୟତରେ ସୋସିଆଲ ଅଡିଟ୍‌ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି କହିଛନ୍ତି, ସୋସିଆଲ ଅଡିଟ୍‌ ନିର୍ଦ୍ଦିଷ୍ଟ ଭାବେ ସ୍ଥିରୀକୃତ ପଞ୍ଚାୟତରେ ହେବ ନା ସବୁ ପଞ୍ଚାୟତରେ କରାଯିବ। ଏହା ସେ ଜାଣିନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ପ୍ରଦୀପ ତାଙ୍କ ପୋଷ୍ଟରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ରାପଡ଼ା ଜିଲାପାଳ ଏବଂ ପଞ୍ଚାୟତିରାଜ ବିଭାଗର ‘X’ ଆଇଡିକୁ ଟ୍ୟାଗ୍‌ ମାରିଛନ୍ତି। ପ୍ରଦୀପଙ୍କ ପୋଷ୍ଟ ପରେ ତାଙ୍କୁ ଉତ୍ତର ଦେଇ ପଞ୍ଚାୟତିରାଜ ବିଭାଗ ସେହି ସାମାଜିକ ଗଣମାଧ୍ୟମ ଜରିଆରେ ଉତ୍ତର ରଖିଛି ଯେ, ଏମ୍‌ଜିଏନ୍‌ଆର୍‌ଇଜିଏ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତିବର୍ଷ ୨ ଥର ରାଜ୍ୟର ସବୁ ଗ୍ରାମପଞ୍ଚାୟତର ସୋସିଆଲ ଅଡିଟ୍‌ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବରରୁ ଆରମ୍ଭ ହୋଇ ମାର୍ଚ୍ଚ ଯାଏ ଚାଲିଥାଏ। ସେହି ଅନୁଯାୟୀ, ମହାକାଳପଡ଼ା ବ୍ଲକ୍‌ର ତିଖିରୀ ଗ୍ରାମପଞ୍ଚାୟତରେ ଗତ ମେ ୨ରୁ ଆରମ୍ଭ ହୋଇ ୧୧ ତାରିଖ ମଧ୍ୟରେ ଶେଷ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୯ ଗ୍ରାମପଞ୍ଚାୟତରେ ଅଡିଟ୍‌ ଶେଷ ହୋଇସାରିଲାଣି। ଯାହା ବାକି ଅଛି ସେସବୁ ସ୍ଥାନରେ ଜୁଲାଇ ୧୭ ସୁଦ୍ଧା ଶେଷ ହେବ।

Breaking News