ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ପୋଲିସ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁକୁ ପିଟିପିଟି ହତ୍ୟା ଘଟଣାରେ ତଦନ୍ତକୁ ତ୍ୱରାନିତ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହୋଇଥିବା ୩ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ବଡ଼ଜେନା ଓରଫ କାଳିଆ, ସ୍ମାଏଲାବ ପତି ଓ ବିସ୍ମୟ ମହାନ୍ତିଙ୍କ ଲାଗି ଅଡୁଆ ବଢ଼ିଛି। ବୁଧବାରଠାରୁ ସେମାନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମ୍ବ୍ରାଞ୍ଚ। ତଦନ୍ତ ସମୟରେ ୩ ଅଭିଯୁକ୍ତ ଭୂମିକା କ୍ରାଇମ୍ବ୍ରାଞ୍ଚ ଯାଞ୍ଚ କରିଥିଲା। ହତ୍ୟା ମାମଲାରେ ଏହି ୩ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତ ବୋଲି କ୍ରାଇମ୍ବ୍ରାଞ୍ଚ ପ୍ରମାଣ ପାଇଥିଲା। ସେମାନଙ୍କୁ ଜେରା ପରେ କିଛି ରୋଚକ ତଥ୍ୟ ପଦାକୁ ଆସିବ ବୋଲି ତଦନ୍ତକାରୀ ସଂସ୍ଥା ଆଶା ରଖିଛି। ସ୍ମାଏଲାବ ଓ ବିସ୍ମୟକୁ କମିସନରେଟ ପୋଲିସ ଓ ପଞ୍ଚାନନକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ଘଟଣାରେ ୨୦ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସାରିଲାଣି। ସୂଚନାଯୋଗ୍ୟ, ଗତ ମେ’ ୭ରେ ରାମଚନ୍ଦ୍ରପୁର କାଜ ନିକଟରେ ପୋଲିସ ଉପସ୍ଥିତିରେ ସୌମ୍ୟକୁ ପିଟିପିଟି ସ୍ଥାନୀୟଲୋକେ ହତ୍ୟା କରିଥିଲେ। ସୌମ୍ୟ ମାମଲାରେ ବିବାଦକୁ ଆସିଥିବା ଆଇପିଏସ୍ ଅଧିକାରୀ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଥିଲା।






More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……