ରିପୋର୍ଟ କାର୍ଡ / ପୁରୀ
ପିପିଲି ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା ହୋଇସାରିଛି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ଟିକେଟ୍ ମିଳିଛି । ଏଯାବତ୍ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ୫ ଜଣଙ୍କ ନାଁ ହାଇକମାଣ୍ଡକୁ ପଠାଇଛି ପିସିସି । ସମ୍ଭବତଃ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା କରିପାରେ । ଅନ୍ୟପଟେ ବିଜେଡିର ଗଡ଼ ପିପିଲି ଆସନରୁ ଆସନ୍ତା ୩୦ ତାରିଖ ଅର୍ଥାତ୍ ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ନାମାଙ୍କନ କରିବେ । ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟ୍ ଗ୍ରହଣ ।






More Stories
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……
ଗ୍ରୀଷ୍ମ ତାପରେ ଜଳୁଛି ଓଡ଼ିଶା…..