ରିପୋର୍ଟ କାର୍ଡ / ପୁରୀ
ପିପିଲି ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା ହୋଇସାରିଛି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ଟିକେଟ୍ ମିଳିଛି । ଏଯାବତ୍ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ୫ ଜଣଙ୍କ ନାଁ ହାଇକମାଣ୍ଡକୁ ପଠାଇଛି ପିସିସି । ସମ୍ଭବତଃ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା କରିପାରେ । ଅନ୍ୟପଟେ ବିଜେଡିର ଗଡ଼ ପିପିଲି ଆସନରୁ ଆସନ୍ତା ୩୦ ତାରିଖ ଅର୍ଥାତ୍ ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ନାମାଙ୍କନ କରିବେ । ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟ୍ ଗ୍ରହଣ ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..