Report Card Odisha

| Daily Odia News

ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..

New Delhi: Medics arrive to take samples of suspected COVID-19 patients for lab tests at a government hospital, during the ongoing nationwide lockdown to curb the spread of coronavirus, in New Delhi, Wednesday, June 10, 2020. (PTI Photo/Kamal Kishore)(PTI10-06-2020_000122B)

ରିପୋର୍ଟ କାର୍ଡ / ବ୍ରହ୍ମପୁର

ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନା ତଥା କୋଭିଡ-୧୯ ସଂକ୍ରମଣ ବଢ଼ିବା ସହ କିଛି ଆଶଙ୍କାଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି​ ଓଡ଼ିଶା ସୀମାନ୍ତ ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ ଅଧିକ ରହୁଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ) ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କୋଭିଡ୍ ପରୀକ୍ଷା ଉପରେ ଜୋର୍ ଦିଆଯାଇଛି।ଡାକ୍ତରଖାନାକୁ ଆସୁଥିବା ସମସ୍ତ ଗୁରୁତର ଶ୍ୱାସକ୍ରିୟା ଜନିତ ରୋଗୀଙ୍କ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ଅତିକମରେ ଶତକଡ଼ା ୫ ଭାଗ ରୋଗୀଙ୍କର ନିୟମିତ ବ୍ୟବଧାନରେ କରୀକ୍ଷା କରିବାକୁ କୁହାଯାଇଛି।ସମସ୍ତ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ ସପୋର୍ଟ ବେଡ୍‌ ଏବଂ ଆବଶ୍ୟକୀୟ ଔଷଧ ମହଜୁଦ୍ ରଖିବାକୁ କୁହାଯାଇଛି । ଡାକ୍ତରଖାନାରେ ଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟ, ସିଲିଣ୍ଡର ଏବଂ କନସେନଟ୍ରେଟରଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅତ୍ୟାବଶ୍ୟକ ଔଷଧ ଓ ଟିଟାନସ୍ ଇଞ୍ଜେକ୍ସନ, ଓଆରଏସ, ପାରାସିଟାମଲ୍, ଜିଙ୍କ୍, ଭିଟାମିନ-ଏ ଭଳି ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରଖିବାକୁ କୁହାଯାଇଛି । ଆଶା ଏବଂ ଏଏନଏମ କର୍ମୀମାନେ ନିଜ ନିଜ ଅଞ୍ଚଳରେ ଜ୍ୱର କିମ୍ବା ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ଉପରେ ନଜର ରଖିବେ । ଲୋକଙ୍କୁ ମାସ୍କ ପିନ୍ଧିବା, ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରତିଦିନ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ଜନସ୍ୱାସ୍ଥ୍ୟ ୟୁନିଟ୍‌କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Breaking News