Report Card Odisha

| Daily Odia News

ଦିଲ୍ଲୀ ଗସ୍ତରେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନବୀନ ନୂଆଦିଲ୍ଲୀ ଗସ୍ତ କରିବା ପୂର୍ବରୁ ଦଳର କେତେଜଣ ବରିଷ୍ଠ ସ୍ଥାନୀୟ ନେତା ବିମାନବନ୍ଦରଠାରେ ପୂର୍ବରୁ ଅପେକ୍ଷାକରି ରହିଥିଲେ। ନବୀନ ବିମାନବନ୍ଦର ଭିତରକୁ ଯିବା ସମୟରେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ମାତ୍ର ସେ ଯିବାପରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ଆଗାମୀ ଦିନରେ ପାର୍ଲାମେଣ୍ଟରେ ଯେଉଁସବୁ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ ସେନେଇ ଦଳର ଏମ୍‌ପିମାନଙ୍କୁ କୁହାଯାଇସାରିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉତ୍ଥାପନ କରିବାକୁ ନବୀନ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଯଦି ସେ ନୂଆଦିଲ୍ଲୀରେ କେଉଁ ନେତାଙ୍କୁ ସେ ଦେଖାକରିବେ ତେବେ ସେକଥା ସେ ଜଣାଇବେ ବୋଲି ଅଶୋକ କହିଛନ୍ତି।

Breaking News