ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହାପ୍ରଭୁ, ଶ୍ରୀଜଗନ୍ନାଥ,ବଡଭାଇ ବଳଭଦ୍ର,ଭଉଣୀ ସୁଭଦ୍ର ଓ ଶ୍ରୀ ସୁଦର୍ଶନ ଙ୍କ ରଥ ଜଗତସିଂହପୁର ଜିଲ୍ଲା ର ହଳଦିଆପଡ଼ା, ଆଲାଣ୍ଡୋ, ଉତରସହି,ମଣିପୁରୀ, ଔରଙ୍ଗାବାଦ,ଗଡ ଖଣ୍ଡାୟତ, ତେନ୍ତୁଳିଆ ଗ୍ରାମ ଗୁଡିକରେ ବୁଲି ମହାପ୍ରଭୁ ଙ୍କ ସଂସ୍କୃତି ଆମ ସଂସ୍କୃତି ପ୍ରଚାର ଓ ପ୍ରସାର କରାଯାଇଥିଲା | ଗ୍ରାମ ଗୁଡ଼ିକର ଶହ ଶହ ମହିଳା ମାନେ ପ୍ରାୟ ୮କିମି ରଥ କୁ ଟାଣି ଟାଣି ଆଣି ଶେଷରେ କାକ ମଠ ରେ ପହଞ୍ଚିଥିଲେ | ରାସ୍ତା ରେ ଗ୍ରାମବାସୀ ମାନେ ମୁରୁଜ ଓ ନୂଆ ଶାଢ଼ୀ ପକାଇ ମହାପ୍ରଭୁ ଙ୍କ ପୂଜାର୍ଚ୍ଚନା ସହିତ ଭୋଗ ପୂଜା କରି ଥିଲେ | ଏହି ଶୋଭା ଯାତ୍ରା ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡିଶା ଭୁବନେଶ୍ୱର ପକ୍ଷରୁ ଉପଦେଷ୍ଟା ଶ୍ରୀ ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଅଖିଳ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ବାବାଜୀ ବିଶ୍ଵାଳ,ମଧୁସ୍ମିତା ବିଶ୍ଵାଲ, ମନୋରଞ୍ଜନ ମହାନ୍ତି, ଗୌରାଙ୍ଗ ନାୟକ, ରବିନାରାୟଣ କର, ବିପିନ ବାବୁ ଓ ମଙ୍ଗରାଜ ବାବୁ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶୋଭାଯାତ୍ରା ରେ ଯୋଗ ଦେଇ କାକ ମଠ ଠାରେ ଭଜନ ପରିବେଷଣ କରିଥିଲେ | ଏହା ପରେ ପଣ୍ଡିତ ପ୍ରବାଚକ ଦିବାକର ଦାସ ମାହାପ୍ରାଭୁ ଙ୍କ ବିଷୟ ରେ ସମସ୍ତଙ୍କୁ ଅବଗତ କରାଇଥିଲେ |






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..