ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ମହଙ୍ଗା ହେଲା ବିଦ୍ୟୁତ୍ ଦର। ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ହୋଇଛି। ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଛି । ଏପ୍ରିଲ ୪ରୁ ଲାଗୁ ହୋଇପାରେ ବର୍ଦ୍ଧିତ ଦର। କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ସୂଚନା ଅନୁଯାୟୀ, ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ୍ରେ ୨ ପ୍ରତିଶତ ରିହାତି ରହିଛି। ଏପରିକି ଡିଜିଟାଲରେ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ରିହାତି ମିଳିବ। ଏହା ବ୍ୟତୀତ ସମସ୍ତ ପ୍ର-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ। ବିଦ୍ୟୁତ୍ ଦର ବୃଦ୍ଧି ଯୋଗୁଁ ଏଣିକି ପ୍ରଥମ ୫୦ ୟୁନିଟ୍ରେ ୟୁନିଟ୍ ପିଛା ୩ ଟଙ୍କା, ୫୧ ରୁ ୨୦୦ ୟୁନିଟ୍ ମଧ୍ୟରେ ୟୁନିଟ୍ ପିଛା ଦର ୫.୮୦ ଟଙ୍କା, ୪୦୦ ୟୁନିଟ୍ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬ ଟଙ୍କା ୨୦ ପଇସା ନିର୍ଦ୍ଧାରିତ କରାଯାଇଛି। ବର୍ଦ୍ଧିତ ଦର ଏପ୍ରିଲ ୪ରୁ ଲାଗୁ ହେବା ନେଇ ସୂଚନା ଦିଆଯାଇଛି।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……