Report Card Odisha

| Daily Odia News

ବିଦେଶରୁ ସୋନମ ୱାଙ୍ଗଚୁକଙ୍କୁ ମିଳିଲା ସମର୍ଥନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ ପ୍ରଦର୍ଶନ କରିଛନ୍ତି। NEET ପରୀକ୍ଷାରେ ଗଣ୍ଡଗୋଳ ଏବଂ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଦାବିରେ ୱାଙ୍ଗଚୁକ ଦିଲ୍ଲୀରେ ଆମରଣ ଅନଶନରେ ବସିଛନ୍ତି।‘ହିନ୍ଦୁଜ ଫର ହ୍ୟୁମାନ ରାଇଟ୍ସ’ (Hindus for Human Rights) ର କର୍ମକର୍ତ୍ତାମାନେ ସୋମବାର ସନ୍ଧ୍ୟାରେ ନ୍ୟୁୟର୍କ ସହରର ୟୁନିୟନ ସ୍କୋୟାର ଏବଂ ସାନ ହୋଜେରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକାଠି ହୋଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରିଥିଲେ, ଯେଉଁଥିରେ ୱାଙ୍ଗଚୁକଙ୍କ ସମର୍ଥନରେ ନାରା ଲେଖାଯାଇଥିଲା। କର୍ମକର୍ତ୍ତାମାନେ ଭାରତ ସରକାରଙ୍କ ବିରୋଧରେ ମଧ୍ୟ ନାରାବାଜି କରିଥିଲେ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ‘ହିନ୍ଦୁଜ ଫର ହ୍ୟୁମାନ ରାଇଟ୍ସ’ (Hindus for Human Rights) ମଙ୍ଗଳବାର ଜାରି କରିଥିବା ଏକ ବିବୃତ୍ତିରେ କହିଛି ଯେ ଲଣ୍ଡନସ୍ଥିତ ଭାରତୀୟ ହାଇକମିସନ ଏବଂ ଡବ୍ଲିନ୍ସ୍ଥିତ ଭାରତୀୟ ଦୂତାବାସ ବାହାରେ ମଧ୍ୟ ଏହିପରି ପ୍ରଦର୍ଶନ କରାଯାଇଛି। ବିବୃତ୍ତିରେ କୁହାଯାଇଛି, ”ଆମର ପ୍ରଦର୍ଶନଗୁଡ଼ିକ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ତାହାନ୍ୟୁୟର୍କ ହେଉ କିମ୍ବା ଲଣ୍ଡନ, ସାନ ହୋଜେ ହେଉ କିମ୍ବା ଡବ୍ଲିନ, ଭାରତର ଛାତ୍ରୀଛାତ୍ରଙ୍କ ସହିତ ନିରପେକ୍ଷତା ଏବଂ ସମ୍ମାନର ସହିତ ବ୍ୟବହାର କରାଯିବା ଉଚିତ୍‌“ |

Breaking News