ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି।

ଏଥିରେ ଲୋକକଲ୍ୟାଣ ମାର୍ଗ, ରାଜୀବ ଚୌକ, ପଟେଲ ଚୌକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରଖମ୍ଭ ରୋଡ୍, ସୁପ୍ରିମକୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ, ଆଇଟିଓ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ ଏବଂ ଶିବାଜୀ ଷ୍ଟାଡିୟମ ଅନ୍ତର୍ଭୁକ୍ତ। DMRC ଉଲ୍ଲେଖ କରିଛି ଯେ, ରାଜୀବ ଚୌକ, ମଣ୍ଡି ହାଉସ ଏବଂ କେନ୍ଦ୍ରୀୟ ସଚିବାଳୟରେ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ।






More Stories
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..
୫ ମହଲା କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୫…..
ଯଦି ମୁଁ ଆପଣଙ୍କ ଛାତ୍ର ହୋଇଥାନ୍ତି…..