ରିପୋର୍ଟ କାର୍ଡ / ଭୁବନେଶ୍ୱର
ଘରୋଇ କଳିରୁ ବାପାର ଜୀବନ ନେଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଞ୍ଚଳରେ। ବାପାକୁ ପଥରରେ ଛେଚି ପୁଅ ହତ୍ୟା କରିଛି। ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ବାପା ଓ ପୁଅଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କୌଣସି କାରଣରୁ କଳହ ଲାଗି ରହୁଥିଲା। ରାଗରେ ପୁଅ ବାପାକୁ ବାରମ୍ବାର ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ବିଷୟରେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଜାରି ରଖିଛି।






More Stories
ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା:ପ୍ରଭାବିତ ହେବ ଏ ସବୁ ଅଞ୍ଚଳ…..
‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’……
ଆଜିଠୁ ନୀଳାଚଳ ଅବଢ଼ା……