ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚର୍ଚ୍ଚିତ ଜିଆର୍ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ପ୍ରମାଣ ଅଭାବରୁ ସେମାନଙ୍କ ମଧ୍ୟରୁ ଏହି ୬ ଜଣଙ୍କୁ ଜାମିନ ମିଳିଛି। ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପୂର୍ବରୁ ଯାଞ୍ଚ ସମୟରେ ପ୍ରମାଣ ଅଭାବକୁ ଦୃଷ୍ଟିରେ ରଖି ମୋଟ ୯ ଜଣଙ୍କ ନାମ ଚାର୍ଜସିଟ୍ରୁ ବାଦ ଦେଇଥିଲା। ବର୍ତ୍ତମାନ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ, ଘଟଣାରେ ଅନ୍ୟ ୫ ରୁ ୬ ଅଭିଯୁକ୍ତ ଏବେ ବି ଫେରାର ଥିବା ନେଇ ସୂଚନା ମିଳିଛି। ପୋଲିସ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରିଛି।






More Stories
ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର…..
ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଆଇଏମଡି ଡିଜି…..
ପୁଣି ଆସୁଛି ବାତ୍ୟା!……