ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫ ତାରିଖ ସୁଦ୍ଧା ଜିଲାସ୍ତରରୁ ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ନାମ ଆସିଥିବ, ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ଯୋଜନାର ପରବର୍ତ୍ତୀ କିସ୍ତି ରାକ୍ଷୀପୂର୍ଣ୍ଣିମାରେ ହିତାଧିକାରୀଙ୍କ ଖାତାକୁ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଜୁଲାଇ ୨୫ ସୁଦ୍ଧା ଜିଲାସ୍ତରରୁ ଆସିଥିବା ନୂଆ ନାମଗୁଡ଼ିକ ମଧ୍ୟରୁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ମଧ୍ୟ ଏହି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ଫଳରେ ଅଧିକ ସଂଖ୍ୟକ ଯୋଗ୍ୟ ମହିଳା ଏହି ଆର୍ଥିକ ସହାୟତାର ସୁଯୋଗ ପାଇପାରିବେ।






More Stories
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..
କୁଆଖାଇ ନଦୀରେ ଯୁବକ ଭାସିଯିବା ଘଟଣା;ଜଣଙ୍କ ମୃତଦେହ ଉଦ୍ଧାର…..
ପ୍ରବଳରୁ ଅତି ପ୍ରବଳ ବର୍ଷା ;ଓଡିଶାକୁ ରେଡ୍ ୱାର୍ଣ୍ଣିଂ…..