ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବ୍ୟାପୀ ଭାବେ ଆୟୋଜିତ ହେବ ସ୍ୱାଧୀନତା ଦିବସ ସମାରୋହ। ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଏନେଇ ସରକାରଙ୍କ ପକ୍ଷରୁ ଜିଲ୍ଲାୱାରୀ କାର୍ଯ୍ୟକ୍ରମ ଓ ଦାୟିତ୍ୱ ବଣ୍ଟନ କରାଯାଇଛି।ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ମନ୍ତ୍ରୀମାନେ ଯୋଗଦେଇ ପତାକା ଉତ୍ତୋଳନ କରିବେ। କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। ସେହିପରି କଟକରେ ସୁରେଶ ପୂଜାରୀ, ଅନୁଗୁଳରେ ରବି ନାରାୟଣ ନାଏକ, ମାଲକାନଗିରିରେ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାୟଗଡ଼ାରେ ମୁକେଶ ମହାଲିଙ୍ଗ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ଏହାସହ କନ୍ଧମାଳରେ ବିଭୂତି ଜେନା, ଖୋର୍ଦ୍ଧାରେ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀରେ ଗଣେଶ ରାମସିଂହ ଖୁଣ୍ଟିଆ ଏବଂ ବଲାଙ୍ଗୀରରେ ସୂର୍ଯ୍ୟବଂଶୀ ସୂରଜ ପତାକା ଉତ୍ତୋଳନ କରିବେ।






More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା,ୟେଲୋ ୱାର୍ନିଂ ଜାରି…..
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..
ସଞ୍ଜୀବ ପଣ୍ଡା,ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି…..