Report Card Odisha

| Daily Odia News

ଖୁବଶୀଘ୍ର ନୂଆ ଲୋକାୟୁକ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଗତ ୨୪ ବର୍ଷରେ ଯାହା ହୋଇପାରିନଥିଲା, ତାହା ଗତ ୨ ବର୍ଷ ମଧ୍ୟରେ ସରକାର କରି ଦେଖାଉଛି। ସରକାରଙ୍କ ଆଗାମୀ କାର୍ଯ୍ୟକାଳରେ ଯେଉଁସବୁ ପଦକ୍ଷେପ ନିଆଯିବ, ତାହା ବିରୋଧୀ ଦଳ କଳ୍ପନା ମଧ୍ୟ କରିନଥିବେ ବୋଲି ସେ ଦାବି କରିଛନ୍ତି। ସରକାର ପ୍ରଶାସନିକ ସ୍ୱଚ୍ଛତା, ଜବାବଦେହିତା ଓ ଦୁର୍ନୀତିମୁକ୍ତ ଶାସନ ଉପରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି। ନୂଆ ଲୋକାୟୁକ୍ତ ନିଯୁକ୍ତି ହେଲେ ଦୁର୍ନୀତି ନିରୋଧ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ସ୍ୱଚ୍ଛ ଓ ଦାୟିତ୍ୱବାନ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ଆଗକୁ ବଢ଼ୁଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି।

Breaking News