ରିପୋର୍ଟ କାର୍ଡ / କେନ୍ଦ୍ରାପଡା
କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ କହିଛନ୍ତି। ଚାମେଲିଙ୍କ ବିରୋଧରେ ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ନାଁରେ ଅନାସ୍ଥା ଆଣିଥିଲେ। ସୂଚନା ଥାଉକି, ଗତ ଜୁନ ୧୧ରେ ମହାକାଳପଡ଼ା ବ୍ଲକ ଅଫିସରେ ଉନ୍ନୟନ କାର୍ଯ୍ୟ ଆଲୋଚନା ସମୟରେ କେତେକ ବ୍ୟକ୍ତି ଚାମେଲିଙ୍କୁ ବାଧା ଦେଇଥିଲେ ଓ ଧମକ ଦେଇଥିଲେ। ସେ ଭିଡିଓ ରେକର୍ଡ କରିବାରୁ ପୋଲିସ ଗାଡ଼ିରେ ମାଡ଼ ଖାଇଥିବା ଅଭିଯୋଗ ବି ହୋଇଥିଲା। ମହାକାଳପଡ଼ା ପୋଲିସ ତାଙ୍କୁ ଗିରଫ କରି ଏସ୍ଡିଜେଏମ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜୁନ ୧୭ରେ ତାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା।






More Stories
ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର…..
୯ରୁ ବଡ଼ ବର୍ଷା !…..
ରାଜ୍ୟରେ ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୁଯୋଗ…..