ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଜୋରଦାର କରାଯାଇଛି। ଅଗଷ୍ଟ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ମୋଟ ୧୦,୯୮୮ଟି ଇ-ଚାଲାଣ କଟାଯାଇଥିବା ବେଳେ ୨୮ଟି ଗାଡ଼ି ଜବତ କରାଯାଇଛି।ଏହି ଯାଞ୍ଚରେ ବିନା ହେଲମେଟ୍ରେ ଦୁଇଚକିଆ ଯାନ ଚଳାଇବା ଘଟଣା ଅଧିକ ରହିଛି। ବିନା ହେଲମେଟ୍ ପାଇଁ ୫,୪୦୨ଟି ଇ-ଚାଲାଣ କଟାଯାଇଥିବା ବେଳେ ଦ୍ରୁତଗତିରେ ଗାଡ଼ି ଚଳାଇବା ପାଇଁ ୧,୫୫୩ଟି ଚାଲାଣ କରାଯାଇଛି।ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା, ନିର୍ଦ୍ଧାରିତ ବେଗ ସୀମା ମାନିବା ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି।






More Stories
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ……
ପ୍ରବଳ ବର୍ଷା ସମ୍ଭାବନା……