ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ରାଜଧାନୀର ଗାନ୍ଧୀ ମାର୍ଗରେ ପାଳନ ହୋଇଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ବନ୍ଦେ ମାତରମ୍ ଗାନରେ ଗୁଞ୍ଜରିତ ହେଲା ଭୁବନେଶ୍ୱର ଗାନ୍ଧୀ ମାର୍ଗ। ସ୍ବାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀା ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖି କହିଛନ୍ତି, ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ, କେବଳ ଏକ ସଂଗ୍ରାମର କାହାଣୀ ନୁହେଁ, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ। ମହାସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ୍ ସ୍ବତନ୍ତ୍ରତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଜନ ଆନ୍ଦୋଳନ ବିନା ସ୍ବାଧୀନତା ପରିକଳ୍ପନା ଅସଂପୂର୍ଣ୍ଣ। ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ସ୍ମରଣୀୟ ହୋଇ ରହିଛି। ୮୦ ବର୍ଷରେ ଭାରତ ବିକାଶ ଯାତ୍ରାରେ ଆଗେଇ ଚାଲିଛି। ଗତ ୧ ବର୍ଷ ଦେଶ ପାଇଁ ଥିଲା ଅତ୍ୟନ୍ତ ଘଟଣା ବହୁଳ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସଠିକ୍ ନିଷ୍ପତ୍ତି ପାଇଁ ଦେଶ ଠିକ୍ ମାର୍ଗରେ ଚାଲିଛି। ୧୨ ବର୍ଷରେ ମୋଦୀଙ୍କ ଦୂରଦର୍ଶୀ ନୀତି ଦେଶକୁ ବିକାଶ ପଥରେ ନେଇଛି। ଗରିବଙ୍କୁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ମିଳିପାରୁଛି। ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ। ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା। ସବୁଠୁ ଉଲ୍ଲେଖନୀୟ ସଫଳତା ନକ୍ସଲବାଦର ମୂଳପୋଛ। ନକ୍ସଲବାଦର ମୂଳପୋଛ ଯୋଗୁଁଁ ଓଡ଼ିଶାକୁ ଫାଇଦା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରୀକ୍ଷା ମାଫିଆ ଓ ପରିଚାଳନା କରୁଥିବା ଅଧିକାରୀଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାମାନ୍ୟ ତ୍ରୁଟି ବିଚ୍ୟୁତି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସବୁ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଏବଂ ଦୁର୍ନୀତିମୁକ୍ତ ପରୀକ୍ଷା ପରିବେଶ ମିଳିବ ବୋଲି କହିଛନ୍ତି। ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତାକୁ ଅକ୍ଷମଣୀୟ ଅପରାଧ ଧରାଯିବ। ଏହି ବାର୍ତ୍ତା ପରୀକ୍ଷା ମାଫିଆ ଓ ପରୀକ୍ଷା କରାଉଥିବା ଅଧିକାରୀଙ୍କ ପାଖକୁ ଯିବା ଉଚିତ୍।ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଓସିଏସ ପରୀକ୍ଷା ନିୟମ କୋହଳ କରିଛନ୍ତି। ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା କରିଥିବା ସହ ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨କୁ ବୃଦ୍ଧି କରାଯାଇଛି। ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା କଟକଣାକୁ କୋହଳ କରାଯାଇଛି।






More Stories
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……
ରାଜ୍ୟସ୍ତରୀୟ ପରେଡ୍ ପାଇଁ କଡ଼ା ସୁରକ୍ଷା…..