Report Card Odisha

| Daily Odia News

ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ନେଇ ପ୍ରସ୍ତୁତି ଚାଲିଛି। ସେପ୍ଟେମ୍ବର ୭ରେ ଖାରବେଳ ଭବନରେ ଏ ସଂକ୍ରାନ୍ତୀୟ ଏକ ବୈଠକ ବସିବ। ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁସଚିବ ରାଉରକେଲାସ୍ଥିତ ବିପିୟୁଟି, ବୁର୍ଲାସ୍ଥିତ ଭିଏସ୍‌ଏସ୍‌ୟୁଟି ଏବଂ ଭୁବନେଶ୍ବସ୍ଥିତ ଓୟୁଟିଆର କୁଳପତି, ସାରଙ୍ଗ ଆଇଜିଆଇଟି ନିର୍ଦେଶକ, ବ୍ରହ୍ମପୁରସ୍ଥିତ ପିଏମ୍‌ଇସି, କଳାହାଣ୍ଡିସ୍ଥିତ ଜିସିଇ ଏବଂ କେନ୍ଦୁଝରସ୍ଥିତ ଜିସିଇ ଅଧ୍ୟକ୍ଷ ଏବଂ କଟକସ୍ଥିତ ଡିଟିଇ ଆଣ୍ଡ୍‌ ଟିକୁ ଚିଠି ଲେଖି ଅବଗତ କରିଛନ୍ତି।

Breaking News