ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାର ରେଲୱେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍ ଏବଂ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କଟକ-ପାରାଦୀପ ମଧ୍ୟରେ ୭୨ କିଲୋମିଟର ରେଲପଥରେ ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୨,୨୮୬ କୋଟି ଟଙ୍କା ବ୍ୟୟ ହେବ। ଏହି ପ୍ରକଳ୍ପ ଦ୍ୱାରା ପାରାଦୀପ ବନ୍ଦର ସହ ରେଲ ଯୋଗାଯୋଗ ଓ ମାଲ ପରିବହନ କ୍ଷମତା ବୃଦ୍ଧି ପାଇବାର ଆଶା ରହିଛି।ଭଦ୍ରକ-ହରିଦାସପୁର ମଧ୍ୟରେ ୭୫ କିଲୋମିଟର ରେଲପଥରେ ଚତୁର୍ଥ ଲାଇନ୍ ନିର୍ମାଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ପ୍ରାୟ ୧,୫୮୩ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିପରି ଖଡ଼ଗପୁର-ଭଦ୍ରକ (ରାଣୀତାଲ) ମଧ୍ୟରେ ୧୭୩ କିଲୋମିଟର ରେଲପଥରେ ଚତୁର୍ଥ ଲାଇନ୍ ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ପ୍ରାୟ ୩,୩୫୨ କୋଟି ଟଙ୍କା ଅଟକଳ କରାଯାଇଛି।ଏହି ତିନିଟି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ରେଲୱେ ବିକାଶର ନୂଆ ପ୍ରଗତି ଆଣିବା ସହ ଯାତ୍ରୀ ଓ ମାଲ ପରିବହନ କ୍ଷମତା ବଢ଼ାଇବ। ବିଶେଷକରି ବନ୍ଦର, ଶିଳ୍ପାଞ୍ଚଳ ଓ ଉତ୍ତର-ଦକ୍ଷିଣ ରେଲ କରିଡରରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ତିନି ପ୍ରକଳ୍ପର ମୋଟ ପ୍ରସ୍ତାବିତ ଖର୍ଚ୍ଚ ପ୍ରାୟ ୭,୨୨୧ କୋଟି ଟଙ୍କା।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..