ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ ଅବସରରେ ମହିଳାଙ୍କ ପାଇଁ ଆମ ବସ୍ ସେବା ମାଗଣା ରହିବ । ଏନେଇ କ୍ରୁଟ ପକ୍ଷରୁ ଘୋଷଣା କରାଯାଇଛି ।ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିବା ଭଉଣୀମାନଙ୍କ ଯାତାୟାତକୁ ସହଜ ଓ ସୁଗମ କରିବା ପାଇଁ CRUT ପକ୍ଷରୁ ମାଗଣା ବସ୍ ସେବାର ଘୋଷଣା କରାଯାଇଛି। ଏହି ସୁବିଧା ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝର ସଦର ଏବଂ ରାଉରକେଲାରେ ମିଳିବ । ଗୋଟିଏ ଦିନରେ ପ୍ରାୟ ଏକଲକ୍ଷରୁ ଉର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି ।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……