ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ ଦୁଇ ଶିକ୍ଷା । ଏନେଇ ଗଣଶିକ୍ଷା ସଚିବ ଏନ. ଥିରୁମାଲା ନାଏକ ଆଜି ସୂଚନା ଦେଇଛନ୍ତି । ଏହି ବୋର୍ଡର କାର୍ଯ୍ୟାଳୟ କେଉଁଠାରେ ହେବ, ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ତେବେ ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ । ଏହାଦ୍ୱାରା ଛାତ୍ରୀଛାତ୍ର ନିଜ ମାତୃଭାଷାରେ ଉଚ୍ଚମାଧ୍ୟମିକ ଶିକ୍ଷା ଗ୍ରହଣ କରିପାରିବେ । ସେହିପରି ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ମାଗଣା ଡିଜିଟାଲ ଶିକ୍ଷା ପାଇଁ CHSEକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରୀଛାତ୍ର ଅଯଥା ଖର୍ଚ୍ଚାନ୍ତ ହେଉଥିବାରୁ ମାଗଣା ଡିଜିଟାଲ୍ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଯୁକ୍ତ ଦୁଇ ପରେ ଦକ୍ଷତା ସହ ନିଯୁକ୍ତି ସୁଯୋଗ ମିଳିବ ବୋଲି ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..
ଘଡ଼ଘଡ଼ି ସହ ପ୍ରବଳ ବର୍ଷା….