ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍ଜାନ୍ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ଅମୃତସରର ଜଣ୍ଡିଆଲା ଗୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ୩୧ ବର୍ଷିୟ ଦିଲଜାନ୍ ସୋମବାର ରାତି ପ୍ରାୟ ୨ଟା ସମୟରେ ଅମୃତସରରୁ କରତାରପୁର ଯାଉଥିଲେ। ଜଣ୍ଡିଆଲା ଗୁରୁ ନିକଟରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିଲ୍ଜାନ୍ଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଅକାଳ ବିୟୋଗରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ, ଏକ ରିୟାଲିଟି ଶୋ’ରୁ ଦିଲଜାନ୍ ନିଜ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ନୂଆ ଗୀତ ତେରେ ବରଗେ ଖୁବଶୀଘ୍ର ରିଲିଜ୍ ହେବାର ଥିଲା । ପଞ୍ଜାବୀ କଣ୍ଠଶିଳ୍ପୀ ସୁଖଶିନ୍ଦର ଶିନ୍ଦା ସାମାଜିକ ଗଣମାଧ୍ୟମରେ ଦିଲ୍ଜାନଙ୍କ ଏକ ଫଟୋ ଶେୟାର କରିବା ସହ ତାଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।






More Stories
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ….
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
‘ଗୋନ୍ଧାଲ’ କୁ ଓସ୍କାର…..